
Contributions to Arithmetic and Geometry in India and its Uses in Various Fields
Contributions to Arithmetic and Geometry in India and its Uses in Various Fields : ପ୍ରାଚୀନ ଭାରତୀୟ ଗଣିତଜ୍ଞଙ୍କ ଅବିସ୍ମରଣୀୟ ଅବଦାନ, ଜ୍ୟାମିତିର ବିକାଶ ଏବଂ ଦୈନନ୍ଦିନ ଜୀବନରେ ଗଣିତର ଅନିବାର୍ଯ୍ୟ ପ୍ରୟୋଗ ସମ୍ପର୍କରେ ଜାଣନ୍ତୁ । ଗ୍ଲୋବାଲ ସାଇନ୍ସ ଫେୟାର୍ ପାଇଁ ଏକ ଉତ୍କୃଷ୍ଟ ପ୍ରୋଜେକ୍ଟ ।
Contributions to Arithmetic and Geometry in India and its Uses in Various Fields
ଅଙ୍କ ଗଣିତ ଓ ଜ୍ୟାମିତିରେ ଭାରତର ଯୋଗଦାନ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ଉପଯୋଗିତା
ପ୍ରାଚୀନ ପ୍ରଜ୍ଞା ଓ ଆଧୁନିକ ବିଜ୍ଞାନର ଚରମ ସଂଶ୍ଳେଷଣ ହେଉଛି ଗଣିତ । ପ୍ରାଚୀନ ଭାରତର ଗଣିତ ପରଂପରା ବୈଦିକ ଯୁଗରୁ ଗଣିତର ଚର୍ଚ୍ଚା ହୋଇ ଆସୁଛି । ମନୁଷ୍ୟ ତାର ଚେତନା, କଳ୍ପନା ତଥା ଅବଧାରଣାର ପରିସରକୁ ଅଧିକ ବିସ୍ତାରିତ କରିବା ପାଇଁ ଭାରତୀୟ ମହାନ ଗଣିତଜ୍ଞଙ୍କ ଅବଦାନ ଅବିସ୍ମରଣୀୟ ।
ଯଥା ଶିଖା ମୟୂରଣାଂ, ନାଗାଣାଂ ମଣୟୋ ଯଥା ।
ତଦ୍ବଦ୍ ବୈଦାଙ୍ଗ ଶାସ୍ତ୍ରାଣାଂ ଗଣିତଂ ମୂର୍ଦ୍ଧନିସ୍ଥିତମ୍ ॥
ଅର୍ଥାତ୍: ଯେଉଁପରି ମୟୂରର ଶିଖା ଓ ନାଗ ସାପର ମଣି ଶରୀରର ସର୍ବୋଚ୍ଚ ସ୍ଥାନରେ ବିରାଜମାନ ଅଛି, ସେହିପରି ବେଦର ସମସ୍ତ ଅଙ୍ଗ ତଥା ଶାସ୍ତ୍ରରେ ଗଣିତ ହେଉଛି ଶିରୋମଣି ।
ଦୈନନ୍ଦିନ ଜୀବନରେ ସମସ୍ୟାର ସମାଧାନ ପାଇଁ ଗାଣିତିକ ଜ୍ଞାନ ସକ୍ଷମ କରାଇଥାଏ । ପର୍ଯ୍ୟବେକ୍ଷଣ, ସିଦ୍ଧାନ୍ତୀକରଣ, ତୁଳନା, ବସ୍ତୁର ସଂରଚନାକୁ ଅନୁସରଣ ତଥା ବସ୍ତୁର ବର୍ଗୀକରଣ ପ୍ରୟୋଗ ଓ ପ୍ରସାଦ ପ୍ରଣାଳୀରେ ବ୍ୟବହାର ମାନସିକ ଦକ୍ଷତା ଓ ଜ୍ଞାନ ଗଣିତ ଶିକ୍ଷା ଦ୍ୱାରା ବିକାଶ ହୋଇଥାଏ । ଗଣିତ ଶାସ୍ତ୍ର ତାର୍କିକ ଯୁକ୍ତିର ଏକ ବିଜ୍ଞାନ । ସଂକ୍ଷିପ୍ତତା ହେଉଛି ଯୁକ୍ତି ଓ ଧୀଶକ୍ତିର ଆତ୍ମା । ଜ୍ଞାନର ଉଚ୍ଚ ସ୍ତରରେ ପହଞ୍ଚିପାରିଥିବା ଗଣିତଜ୍ଞମାନଙ୍କର ଯୋଗ୍ୟ ଉପଲବ୍ଧି ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଓ ତୃଟିହୀନ ଉତ୍ତୁଙ୍ଗରୁ ପ୍ରାପ୍ତ ପ୍ରଜ୍ଞାର ପ୍ରତ୍ୟକ୍ଷ ଅବଦାନ ଗଣିତ । ଗଣିତ ଶାସ୍ତ୍ର ବିଜ୍ଞାନ ସମୂହର ପ୍ରବେଶଦ୍ୱାର ଓ ପ୍ରବେଶଦ୍ୱାର ଖୋଲିବାର ଚାବିକାଠି ସ୍ୱରୂପ ।
ଭାରତୀୟ ଗଣିତଜ୍ଞଙ୍କ ଯୋଗଦାନ
ଯାହା ନାହିଁ ଭାରତ, ତାହା ନାହିଁ ଜଗତେ ।
ତ୍ୟାଗ ଭୂମି ଭାରତବର୍ଷ ସର୍ବଶ୍ରେଷ୍ଠ ଦେଶ ରୂପେ ପରିଚିତ । ଏଠାରେ ଯେଉଁ ମହାନ, ମହିୟସୀ ମାନେ ଜନ୍ମ ଗ୍ରହଣ କରିଛନ୍ତି, ସେମାନଙ୍କର ଅବଦାନ ଅତୁଳନୀୟ । ସେହି ତ୍ୟାଗୀ ମାନଙ୍କ ମଧ୍ୟରୁ କେତେକ ଭାରତୀୟ ଗଣିତଜ୍ଞଙ୍କ ଭାରତରେ ଯୋଗଦାନକୁ ଆମେ ଜାଣିବା ।
- ଆର୍ଯ୍ୟଭଟ୍ଟ (୪୭୬-୫୫୦):
- ‘ଆର୍ଯ୍ୟଭଟ୍ଟୀୟ’ ନାମକ ଗ୍ରନ୍ଥରେ ଶୂନ୍ୟ (୦)ର ମୂଲ୍ୟ ଓ ତ୍ରିକୋଣମିତି ବିଷୟରେ ବ୍ୟାଖ୍ୟା କରିଥିଲେ ।
- ଦଶମିକ ସଂଖ୍ୟା ପ୍ରଣାଳୀର ପ୍ରାଚୀନ ବ୍ୟାଖ୍ୟାକାର ଥିଲେ ।
- ସେ ପୃଥିବୀର ଘୂର୍ଣ୍ଣନ ବୋଲି ପ୍ରଥମେ କହିଥିଲେ ।
- ବ୍ରହ୍ମଗୁପ୍ତ (୫୯୮-୬୬୮):
- ‘ବ୍ରହ୍ମସ୍ପୁଟ ସିଦ୍ଧାନ୍ତ’ ଗ୍ରନ୍ଥରେ ଶୂନ୍ୟ ସହିତ ଗଣିତ କରିବାର ନିୟମ ପ୍ରଥମେ ଦେଇଥିଲେ ।
- ଋଣାତ୍ମକ ସଂଖ୍ୟା ଓ ଧନାତ୍ମକ ସଂଖ୍ୟା ବିଷୟରେ ସ୍ପଷ୍ଟ କରିଥିଲେ ।
- ସେ ଚତୁର୍ଭୁଜର କ୍ଷେତ୍ରଫଳ ସୂତ୍ର ଦେଇଥିଲେ ।
- ଭାସ୍କରାଚାର୍ଯ୍ୟ (୧୧୧୪ – ୧୧୮୫):
- ‘ଲୀଳାବତୀ’ ଓ ‘ବୀଜଗଣିତ’ ଗ୍ରନ୍ଥ ଲେଖିଥିଲେ ।
- ବୀଜଗଣିତ, କଲ୍କୁଲସ, ତ୍ରିକୋଣମିତିରେ ତାଙ୍କର ଅବଦାନ ଅସାଧାରଣ ।
- ସେ କଲ୍କୁଲସର ଆଧାରଭୂତ ଧାରଣା ୧୨ଶ ଶତାଦ୍ଦୀରେ ଦେଇଥିଲେ ।
- ଶ୍ରୀନିବାସ ରାମାନୁଜନ (୧୮୮୭ – ୧୯୨୦):
- ସ୍ୱୟଂଶିକ୍ଷିତ ଗଣିତଜ୍ଞ, ଯିଏ ସଂଖ୍ୟା ତତ୍ତ୍ୱ, ଅସୀମ ଶ୍ରେଣୀ, ଗାଣିତିକ ଶ୍ରେଣୀ ଉପରେ ଅଭୂତପୂର୍ବ କାର୍ଯ୍ୟ କରିଥିଲେ ।
- ସେ ‘ଗଣିତର ଦିବ୍ୟ ପ୍ରତିଭା’ ବୋଲି ପରିଚିତ ।
- ମାଧବ (୧୪ଶ -୧୫ଶ ଶତାଦ୍ଦୀ):
- କେରଳ ସ୍କୁଲ ଅଫ୍ ମାଥେମେଟିକ୍ସର ପ୍ରମୁଖ ଗଣିତଜ୍ଞ ।
- କ୍ୟାଲକୁଲସର ଭିତ୍ତିଭୂମି ରଚନା କରିଥିଲେ ।
- ସେ ସାଇନ୍, କୋସାଇନ୍ ଓ ଆର୍କଟ୍ୟାନ୍ ପାଇଁ ଅସୀମ ଶ୍ରେଣୀ ଦେଇଥିଲେ ।
- ଶକୁନ୍ତଲା ଦେବୀ (୧୯୨୯ – ୨୦୧୩):
- “ମାନବ କମ୍ପ୍ୟୁଟର” ବୋଲି ପରିଚିତ, ମାନସିକ ଗଣନାରେ ଅଦ୍ଭୁତ ଦକ୍ଷତା ଥିଲା ।
ଜ୍ୟାମିତିରେ ଭାରତର ଯୋଗଦାନ
ଗଣିତଜ୍ଞମାନଙ୍କ ପରି ଜ୍ୟାମିତିଜ୍ଞଙ୍କ ଅବଦାନ ଭାରତ ପାଇଁ ଅତୁଳନୀୟ । ଏହା ମଧ୍ୟ ବୈଦିକ ଯୁଗରୁ ଆରମ୍ଭ ହୋଇ ଆସୁଅଛି ।
- ବୌଦ୍ଧାୟନ (ଖ୍ରୀ.ପୂ. ୮୦୦): ଶୁଳବ ସୂତ୍ର ରଚନା କରିଥିଲେ ଏବଂ ପ୍ରଥମେ ପାଇଥାଗୋରାସ୍ ସିଦ୍ଧାନ୍ତର ସ୍ପଷ୍ଟ ବ୍ୟାଖ୍ୟା ଦେଇଥିଲେ ।
- ଆପସ୍ତମ୍ଭ (ଖ୍ରୀ.ପୂ. ୬୦୦): ‘ଶୁଳବ ସୂତ୍ର’ରେ ବର୍ଗମୂଳ ଗଣନା ପାଇଁ ପଦ୍ଧତି ଦେଇଥିଲେ ଏବଂ ଜ୍ୟାମିତି ଦ୍ୱାରା ଆୟତନ, ବର୍ଗ, ବୃତ୍ତର ମାପ ଜାଣିବା ପ୍ରଣାଳୀ ବ୍ୟାଖ୍ୟା କରିଥିଲେ ।
- ଆର୍ଯ୍ୟଭଟ୍ଟ: ଜ୍ୟାମିତିରେ ବୃତ୍ତର ପରିଧି = 2πr ବ୍ୟାଖ୍ୟା କରିଥିଲେ ଏବଂ π (ପାଇ)ର ପ୍ରାୟ ୩.୧୪୧୬ ମୂଲ୍ୟ ଦେଇଥିଲେ ।
- ବ୍ରହ୍ମଗୁପ୍ତ: ଚତୁର୍ଭୁଜର କ୍ଷେତ୍ରଫଳ ସୂତ୍ର ପ୍ରଦାନ କରିଥିଲେ ।
- ଭାସ୍କରାଚାର୍ଯ୍ୟ: ‘ଲୀଳାବତୀ’ ଗ୍ରନ୍ଥରେ ଜ୍ୟାମିତିକ ସମସ୍ୟାଗୁଡ଼ିକର ସମାଧାନ ସୂତ୍ର ଦେଇଥିଲେ ଏବଂ ବୃତ୍ତ, ତ୍ରିଭୁଜ, ଚତୁର୍ଭୁଜ ସମ୍ବନ୍ଧୀୟ ସୂତ୍ର ବ୍ୟାଖ୍ୟା କରିଥିଲେ ।
ଦୈନନ୍ଦିନ କାର୍ଯ୍ୟ ଓ ବ୍ୟବହାରରେ ଅଙ୍କ ଗଣିତର ଉପଯୋଗ
ଦୈନନ୍ଦିନ କାର୍ଯ୍ୟରେ ଗଣିତର ଉପଯୋଗ ନିତାନ୍ତ ଅପରିହାର୍ଯ୍ୟ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସବୁ ସମୟରେ ଗଣିତର ପ୍ରୟୋଗ କରନ୍ତି । ଜ୍ୟାମିତିକ ମାପ ଦ୍ୱାରା ଗୃହନିର୍ମାଣର ମୂଳଭିତ୍ତି ରଖାଯାଏ । ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ କ୍ଷେତ୍ରରେ ଗଣିତର ପ୍ରୟୋଗ କରି କାର୍ଯ୍ୟ ସଂପାଦନ କରନ୍ତି । ରସାୟନ ବିଜ୍ଞାନରେ ଔଷଧ ତିଆରିରେ ଭାଗ ମାପ ସଠିକ୍ ପରିମାଣରେ ନ ହେଲେ ସୁସ୍ଥ ବଦଳରେ ଅସୁସ୍ଥ ହୋଇପଡେ ।
ଆଜି ବିଜ୍ଞାନର ଅଗ୍ରଗତି ଦ୍ୱାରା ଚନ୍ଦ୍ରଯାନରେ ପଦାର୍ପଣ ହେଉ କିମ୍ବା ପରମାଣୁ ବୋମାର କୌଶଳତା ହେଉ, ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ହେଉ, ଖାଦ୍ୟ, ବସ୍ତ୍ର, ବାସଗୃହର ନିର୍ମାଣ ହେଉ, ସବୁଥିରେ ଗଣିତର ସୁନ୍ଦର କାରୁକାର୍ଯ୍ୟ ରହିଛି । ବର୍ତ୍ତମାନ କମ୍ପ୍ୟୁଟର ଓ ମୋବାଇଲର ବ୍ୟବହାରର ପଛକୁ ଚାହିଁଲେ, ଆମେ ଗଣିତକୁ ଅନୁଭବ କରିଥାଉ ।
ଦୈନନ୍ଦିନ ଜୀବନରେ ଗଣିତର ମୂଲ୍ୟବୋଧକୁ ଉପଲବ୍ଧ କରିବା:
- ବ୍ୟବହାରିକ ମୂଲ୍ୟବୋଧ: ରାଜମିସ୍ତ୍ରୀ, ଦରଜି, କୁଲି, ଇଞ୍ଜିନିୟର ଆଦିର କାର୍ଯ୍ୟରେ ।
- ଶୃଙ୍ଖଳାଗତ ମୂଲ୍ୟବୋଧ: ମାନସିକ ଶୃଙ୍ଖଳା, ଯୁକ୍ତିଶକ୍ତି ବଢିବା ଆଦି ।
- ଜ୍ଞାନଗତ ମୂଲ୍ୟବୋଧ: ନିୟମ, ସୂତ୍ର, ଧାରା ବୃଦ୍ଧି ଇତ୍ୟାଦି ।
- ସାଂସ୍କୃତିକ ମୂଲ୍ୟବୋଧ: ମାର୍ଜିତ ଓ ଶୁଦ୍ଧରୁଚି, ସତ୍ୟାନୁରାଗୀ, ଅଧ୍ୟବସାୟ, କଷ୍ଟସହିଷ୍ଣୁତା, ଧୈର୍ଯ୍ୟଶୀଳତା ଇତ୍ୟାଦିର ବିକାଶ ।
ସିଦ୍ଧାନ୍ତ
ଦୈନନ୍ଦିନ କାର୍ଯ୍ୟ ଓ ବ୍ୟବହାରରେ ଗଣିତର ପ୍ରୟୋଗ ଏକ ଯୁଗାନ୍ତକାରୀ ବିପ୍ଳବ, ଯାହା ଅଣୁରୁ ପରମାଣୁ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଗଣିତ ନ ଥିଲେ ସବୁ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ନ୍ତା । ବାସ୍ତବିକତାରେ, ଗଣିତ ମାନବ ସମାଜ ପାଇଁ ଏକ ଅନବଦ୍ୟ ଅବଦାନ, ଯାହା ଦ୍ୱାରା ଆମେ ସମାଜରେ ସହଜ, ସରଳ, ନିରାଡମ୍ବର ଜୀବନଯାପନ କରିପାରୁଛୁ । ତେଣୁ ଗଣିତ ମାନବ ସମାଜର ଟିକିରହିବାର ଅମୋଘ ଅସ୍ତ୍ର ।
ଗ୍ଲୋବାଲ ସାଇନ୍ସ ଫେୟାର୍ ପାଇଁ ଏହି ପ୍ରୋଜେକ୍ଟଟି ଆପଣଙ୍କୁ ସହାୟକ ହେବ ବୋଲି ଆଶା କରୁଛି । ପୂର୍ଣ୍ଣ ପ୍ରୋଜେକ୍ଟଟି PDF ରୂପରେ ଡାଉନଲୋଡ୍ କରି ଆପଣଙ୍କର ପ୍ରସ୍ତୁତିକୁ ଆହୁରି ମଜଭୁତ କରନ୍ତୁ ।