Women Empowerment Essay in Odia PDF Download

For Latest Updates, Join Our WhatsApp Group
Also Check Our Telegram Channel

Women Empowerment Essay in Odia: Today, the role of women in society has changed considerably. With the advancement of technology, women have gained a lot of independence and power. They are now able to do things that were once impossible for them. This is thanks to the influence of technology on society. In this essay, we will discuss the role of women in today’s society and how it has been influenced by technology.

Nari Sashaktikaran Odia Essay PDF Download

ନାରୀ ସଶକ୍ତୀକରଣ ବା ନାରୀ ଜଗରତା

ଉପକ୍ରମ:-

ଆଜିକୁ ଅର୍ଦ୍ଧଶତାବ୍ଦୀ ପୂର୍ବେ ଭାରତୀୟ ଗଣ ଜୀବନରେ ଯେଉଁ ଦିନ ଏକ ନବ ଜାଗରଣର ଜୁଆର ଆସିଲା, ସେ ଦିନ ଭାରତୀୟ ନାରୀ ସମତାଳରେ ପୁରୁଷ ସହିତ ସ୍ୱର ମିଳାଇ ତାକୁ ନନ୍ଦିତ ହୃଦୟରେ ସ୍ୱାଗତ ଜଣାଇଥିଲା l ସମାଜର ଦୁଇଟି ମୁଖ୍ୟ ଅଙ୍ଗ ହେଲେ ନାରୀ ଓ ପୁରୁଷ l ଯେପରି କୁହାଯାଇଛି ଯେ ” ଆଜିର ଛାତ୍ର କାଲିର ନାଗରିକ ” ସେହିପରି ଏକ ପରିବେଶରେ ସମାୟିତ ହେବା ଦରକାର ଯେ ” ଆଜିର ନାରୀ ଭବିଷ୍ୟତର ସମ୍ମାନ ” l ନାରୀ ହେଉଛନ୍ତି ସୃଷ୍ଟିର ମୂଳ ଆଧାର l ଶାସ୍ତ୍ରରେ କୁହାଯାଇଛି:-
” ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟତେ
ରମନ୍ତେ ତତ୍ର ଦେବତା l”

ଅର୍ଥାତ୍, ଯେଉଁଠାରେ ନାରୀମାନଙ୍କୁ ପୂଜା କରାଯାଏ, ସେଠାରେ ଦେବତାମାନଙ୍କର ଆବିର୍ଭାବ ହୋଇଥାଏ l
ଯୁକ୍ତରାଷ୍ଟ୍ର ଆମେରିକାରେ ୧୯୦୩ ମସିହା ମାର୍ଚ୍ଚ ୮ ତାରିଖରେ ଏକ ନାରୀଜାଗରଣର ସୂତ୍ରପାତ ହୋଇଥିଲା l ଇତି ମଧ୍ୟରେ ଏହା ତାର ଏକଶତ ବର୍ଷ ପୂର୍ତ୍ତି ପାଳନ କରିସାରିଛି ୨୦୦୩ ମସିହା ମାର୍ଚ୍ଚ ୮ ତାରିଖରେ l ସମ୍ପ୍ରତି ସମଗ୍ର ବିଶ୍ଵରେ ମାର୍ଚ୍ଚ ୮ ତାରିଖକୁ ନାରୀ ସଶକ୍ତିକରଣ ବା ମହିଳା ଦିବସ ରୂପେ ପାଳନ କରାଯାଉଛି l ନାରୀଜାଗରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ମହିଳାମାନେ ବହୁ ପ୍ରତିକୂଳ ପରିବେଶର ସମ୍ମୁଖୀନ ହୋଇଥିଲେ ହେଁ, ବର୍ତ୍ତମାନ ଏହା ଏକ ସାମାଜିକ ଜାଗରଣର ରୂପ ନେଇଛି ଓ ଏହି ଜାଗରଣ ମାଧ୍ୟମରେ ବିଶ୍ଵର ନାରୀଜାତି ନିଜର କ୍ଷମତା ଏବଂ ଅଧିକାର ସାବ୍ୟସ୍ତ କରିବାର ସୁଯୋଗ ଲାଭ କରିଛନ୍ତି l

ନାରୀ ସଶକ୍ତିକରଣର ଆଭିମୁଖ୍ୟ:-

ନାରୀ ଯେ କେବଳ ପୁରୁଷର ଏକ କଳ୍ପସହଚରୀ , ଲୀଳାସଙ୍ଗିନୀ ନୁହେଁ, ତାହା ଭାରତୀୟ ନାରୀ ଚରିତ୍ରରେ ସ୍ପଷ୍ଟ ରୂପେ ପ୍ରମାଣିତ ହୋଇଛି l ନାରୀ ସଶକ୍ତିକରଣର ଅର୍ଥ ହେଉଛି, ନାରୀର ପ୍ରତିଭାର ଉପଯୋଗ କରି ସାମାଜିକ ପ୍ରଗତିକୁ ତ୍ବରାନ୍ବିତ କରାଇବା l ବହୁ ପ୍ରତିଭାର ଅଧିକାରିଣୀ ନାରୀ ହୋଇଥିଲେ ହେଁ, ପୁରୁଷ ପ୍ରଧାନ ସମାଜରେ ସେମାନେ ତାଙ୍କର ସେହି ପ୍ରତିଭାର ଉପଯୋଗ କରିବାର ସୁଯୋଗ ପାଉନାହାନ୍ତି l ତେଣୁ ନାରୀର ଶକ୍ତି ଓ ସାମର୍ଥ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରିବା, ସେମାନଙ୍କୁ ସଂଗଠିତ କରି ସେମାନଙ୍କ ମଧ୍ୟରେ ଏକ ଜାଗରଣ ସୃଷ୍ଟି କରିବା ନାରୀ ସଶକ୍ତିକରଣର ମୁଖ୍ୟ ଉଦ୍ଦେଶ୍ୟ l ନାରୀ ହେଉଛି ସୃଷ୍ଟିର ମୂଳାଧାର l ପରିବାର ପରିଚାଳନାରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଜନନୀ, ଜୟା ଓ ଭଗିନୀ ବିଭିନ୍ନ ରୂପରେ ନାରୀ ତାର ବହୁମୁଖୀ ଭୂମିକା ନିର୍ବାହ କରିଥାଏ l

ସ୍ୱାଧୀନତା ଆନ୍ଦୋଳନରେ ନାରୀ:-

ଯେଉଁଠି ପୁରୁଷର ଶକ୍ତି ପରାହତ ହୋଇଛି, ସେଠାରେ ନାରୀ ଶକ୍ତିର ଅଭ୍ୟୁଥାନ ଘଟିଛି l ଭାରତୀୟ ପୁରାଣମାନଙ୍କରେ ନାରୀଶକ୍ତିର ଭୂରି ଭୂରି ଦୃଷ୍ଟାନ୍ତ ରହିଛି l ପୁରାଣରେ ଧନ ପାଇଁ ଲକ୍ଷ୍ମୀ, ଜ୍ଞାନ ପାଇଁ ସରସ୍ୱତୀ ଏବଂ ଶକ୍ତି ପାଇଁ ଦୁର୍ଗାଙ୍କୁ କଳ୍ପନା କରାଯାଇଛି l ଅନ୍ୟାୟ ବିରୋଧରେ ନିଜର ସ୍ଵର ଉତ୍ତୋଳନ କରି ମାତୃଭୂମି ନିମନ୍ତେ ନିର୍ଭୀକ ଭାବରେ ଆଗରେ ଛାତି ପତେଇବାକୁ ସେ କେବେ ପଶ୍ଚାତପଦ ହୋଇନାହିଁ l ସ୍ୱାଧୀନତା ସଂଗ୍ରାମରେ ଝାନସି ରାଣୀ ଲକ୍ଷ୍ମୀବାଇଙ୍କର ଅପୂର୍ବ ଧୈର୍ଯ୍ୟ, ଶକ୍ତି ଓ ସାହସର ଗାଥା ଆଜିବି ସ୍ମରଣୀୟ l ଆଉ ମଧ୍ୟ ସରୋଜିନୀ ନାଇଡୁ, କସ୍ତୁରବା ଗାନ୍ଧୀ, କମଳାଦେବୀ , ଅରୁଣା ଆସଫ ଅଲ୍ଲି, ରାଜକୁମାରୀ ଅମୃତ କାଉର, ବିଜୟଲକ୍ଷ୍ମୀ ପଣ୍ଡିତ ଓ ପଦ୍ମଜା ନାଇଡୁ ପ୍ରଭୃତି ମହୀୟସୀ ନାରୀମାନଙ୍କର ଅବଦାନ ମଧ୍ୟ ସ୍ମରଣୀୟ l ସେହିପରି ଓଡ଼ିଶାର ନାରୀମାନଙ୍କ ମଧ୍ୟରେ ରମାଦେବୀ, ସାରଳାଦେବୀ , ଅନ୍ନପୂର୍ଣ୍ଣା ମହାରଣା, ମାଳତୀ ଚୌଧୁରୀ ପ୍ରଭୁତିଙ୍କର ଅବଦାନ ମଧ୍ୟ ସ୍ମରଣୀୟ l

ସମାଜରେ ନାରୀର ଅଧିକାର:-

ଆଜି ମଧ୍ୟ ଏହି ସମାଜରେ ନାରୀମାନେ ସେମାନଙ୍କର ପ୍ରକୃତ ଅଧିକାର ପାଇପାରିନାହନ୍ତି l ଆମର ନେତା ଓ ଜ୍ଞାନୀଗୁଣୀ ବ୍ୟକ୍ତିଗଣ ନାରୀର ଅଧିକାର, ସମାନତା ଓ କ୍ଷମତା ସମ୍ପର୍କରେ ବଡ଼ ବଡ଼ ଭାଷଣ ଦେଇ କହିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଏହାର ଠିକ୍ ବିପରୀତ ହେଉଛି l ପ୍ରାୟ ଏହି ପୁରୁଷ ସମାଜ ନିଜ ସହିତ ନାରୀକୁ ଗୋଟିଏ ଆସନରେ ବସିବାର ମାନସିକତା ଏ ପର୍ଯ୍ୟନ୍ତ ଅର୍ଜନ କରିନାହାନ୍ତି l ତେଣୁ ନାରୀ ସ୍ଵୟଂ ନିଜକୁ ସମାଜରେ ଆଗେଇ ନେଇପାରୁନାହିଁ l ସେହି କାରଣରୁ ନାରୀ ସଶକ୍ତିକରଣ ନିମନ୍ତେ ଆନ୍ତର୍ଜାତିକ ସ୍ତରରେ ଆଜି ଉଦ୍ୟମ ଚାଲିଛି l

ନାରୀ ନିର୍ଯାତନା ଓ ନାରୀ ଚରିତ୍ରର ତ୍ରୁଟି:-

ନାରୀର ପ୍ରଗତି ପାଇଁ ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ୱେ ଭାରତୀୟ ସମାଜ ଏକ ପୁରୁଷ ପ୍ରଧାନ ସମାଜ ହୋଇ ରହିଛି l ନାରୀ ଶିକ୍ଷାର ଯେତିକି ପ୍ରସାର ଘଟୁଛି, ସେତିକି ପରିମାଣରେ ଯୌତୁକ ନିର୍ଯାତନା, ଧର୍ଷଣ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ନାରୀ ଏକ ଭୋଗ୍ୟ ସାମଗ୍ରୀ ଭାବରେ ବିବେଚିତ ହୋଇଛି l ତାର ଦେହର ସୌନ୍ଦର୍ଯ୍ୟ ହୋଇଛି ବଜାରର ପନ୍ୟଦ୍ରବ୍ୟ l ସିନେମା, ଥିଏଟର , ଦୂରଦର୍ଶନ ଇତ୍ୟାଦିରେ ତାର ନାଗ୍ନତାକୁ ଉପଯୋଗ କରି ପୁରୁଷର ଦୃଷ୍ଟିକୁ କଳୁଷିତ କରାଯାଉଛି l ଆଧୁନିକ ଯୁଗର ଶିକ୍ଷିତ ନାରୀ ସ୍ଵୟଂ ଏହି ଭ୍ରଷ୍ଟତା ନିମନ୍ତେ ଦାୟୀ l ଆଧୁନିକତା ନାମରେ ସ୍ଵେଚ୍ଛାଚାରିତାକୁ ପ୍ରଶୟ ଦେଇ ସେ କେବଳ ପୁରୁଷର କାମନାରେ ଇନ୍ଧନ ଯୋଗାଉଛି l ସୁତରାଂ ନାରୀକୁ କେବଳ ଅଧିକାର ବା ସ୍ୱାଧିକାର ପ୍ରଦାନ କଲେ ହେବନାହିଁ l ସମାଜକୁ କିଭଳି ଭଦ୍ର, ମାର୍ଜିତ ଓ ରୁଚିପୂର୍ଣ୍ଣ କରିବାକୁ ହେବ, ସେ ବିଷୟରେ ଚିନ୍ତା କରିବାକୁ ହେବ l

ନାରୀଶିକ୍ଷା :-

ଏକ ପୁତ୍ର ଶିଶୁକୁ ଯେପରି ଉପଯୁକ୍ତ ବିଦ୍ୟା ଅର୍ଜନ କରାଇ ଶ୍ରେଷ୍ଠ କରାଯାଉଛି ଠିକ୍ ସେହିପରି ଏକ ଶିଶୁ କନ୍ୟାକୁ ମଧ୍ୟ କରାଇବା ଦରକାର l ଏପରି ଏକ ଆତ୍ମବିଶ୍ବାସ ସେମାନଙ୍କ ମନରେ ସୃଷ୍ଟି କରିବା, କୌଣସି କ୍ଷେତ୍ରରେ ସେମାନଙ୍କୁ ହୀନଦୃଷ୍ଟିରେ ନ ଦେଖିବା, ପୁରୁଷ ପରି ନାରୀ ମଧ୍ୟ ସମସ୍ତ ଅଧିକାର ପାଇବା ଯୋଗ୍ୟ ଏପରି ଚିନ୍ତାଧାରାର ଉଦ୍ରେକ ହେବା ଅତ୍ୟନ୍ତ ଜରୁରୀ l ବର୍ତ୍ତମାନ ଯୋଗ୍ୟତା, ଶିକ୍ଷା, ପ୍ରତିଭା, ଜ୍ଞାନ ପ୍ରତ୍ୟେକ କ୍ଷେତ୍ରରେ ନାରୀ ପୁରୁଷ ସହିତ ସମକକ୍ଷ l ଏପରିକି କେତେକ କ୍ଷେତ୍ରରେ ମଧ୍ୟ ଅଧିକ ସାମର୍ଥ୍ୟ l

ଉପସଂହାର:-

ପୁରୁଷ ଓ ନାରୀ ମୁଦ୍ରାର ଦୁଇ ପାର୍ଶ୍ଵ ସଦୃଶ l ନାରୀ କେବେ ଦୁର୍ବଳ ନୁହେଁ l ସେ ଅସୀମ ଶକ୍ତିର ଆଧାର l ନାରୀମାନଙ୍କୁ ପୁରୁଷମାନଙ୍କ ପରି ସବୁ କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ଦିଆଗଲେ ଆମ ସମାଜ ତଥା ରାଷ୍ଟ୍ର ଆହୁରି ଅଗ୍ରଗତି କରିବ l

Written by:-
Jyotirmayee Sahu
M.A, M.Ed

Women Empowerment Essay in Odia PDF Download LInk
Odia MCQ TestClick Here
Women Empowerment Essay in Odia PDFClick Here
Swachh Bharat Essay in OdiaClick Here
Corona Essay in OdiaClick Here
For Latest Updates, Join Our WhatsApp Group
Also Check Our Telegram Channel
Share with Friends & Family

Leave a Reply

Your email address will not be published. Required fields are marked *