Contributions to Arithmetic and Geometry in India and its Uses in Various Fields

For Latest Updates, Join Our WhatsApp Group
Also Check Our Telegram Channel

Contributions to Arithmetic and Geometry in India and its Uses in Various Fields : ପ୍ରାଚୀନ ଭାରତୀୟ ଗଣିତଜ୍ଞଙ୍କ ଅବିସ୍ମରଣୀୟ ଅବଦାନ, ଜ୍ୟାମିତିର ବିକାଶ ଏବଂ ଦୈନନ୍ଦିନ ଜୀବନରେ ଗଣିତର ଅନିବାର୍ଯ୍ୟ ପ୍ରୟୋଗ ସମ୍ପର୍କରେ ଜାଣନ୍ତୁ । ଗ୍ଲୋବାଲ ସାଇନ୍ସ ଫେୟାର୍ ପାଇଁ ଏକ ଉତ୍କୃଷ୍ଟ ପ୍ରୋଜେକ୍ଟ ।


Contributions to Arithmetic and Geometry in India and its Uses in Various Fields

ଅଙ୍କ ଗଣିତ ଓ ଜ୍ୟାମିତିରେ ଭାରତର ଯୋଗଦାନ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ଉପଯୋଗିତା

ପ୍ରାଚୀନ ପ୍ରଜ୍ଞା ଓ ଆଧୁନିକ ବିଜ୍ଞାନର ଚରମ ସଂଶ୍ଳେଷଣ ହେଉଛି ଗଣିତ । ପ୍ରାଚୀନ ଭାରତର ଗଣିତ ପରଂପରା ବୈଦିକ ଯୁଗରୁ ଗଣିତର ଚର୍ଚ୍ଚା ହୋଇ ଆସୁଛି । ମନୁଷ୍ୟ ତାର ଚେତନା, କଳ୍ପନା ତଥା ଅବଧାରଣାର ପରିସରକୁ ଅଧିକ ବିସ୍ତାରିତ କରିବା ପାଇଁ ଭାରତୀୟ ମହାନ ଗଣିତଜ୍ଞଙ୍କ ଅବଦାନ ଅବିସ୍ମରଣୀୟ ।

ଯଥା ଶିଖା ମୟୂରଣାଂ, ନାଗାଣାଂ ମଣୟୋ ଯଥା ।
ତଦ୍ବଦ୍ ବୈଦାଙ୍ଗ ଶାସ୍ତ୍ରାଣାଂ ଗଣିତଂ ମୂର୍ଦ୍ଧନିସ୍ଥିତମ୍ ॥

ଅର୍ଥାତ୍: ଯେଉଁପରି ମୟୂରର ଶିଖା ଓ ନାଗ ସାପର ମଣି ଶରୀରର ସର୍ବୋଚ୍ଚ ସ୍ଥାନରେ ବିରାଜମାନ ଅଛି, ସେହିପରି ବେଦର ସମସ୍ତ ଅଙ୍ଗ ତଥା ଶାସ୍ତ୍ରରେ ଗଣିତ ହେଉଛି ଶିରୋମଣି ।

ଦୈନନ୍ଦିନ ଜୀବନରେ ସମସ୍ୟାର ସମାଧାନ ପାଇଁ ଗାଣିତିକ ଜ୍ଞାନ ସକ୍ଷମ କରାଇଥାଏ । ପର୍ଯ୍ୟବେକ୍ଷଣ, ସିଦ୍ଧାନ୍ତୀକରଣ, ତୁଳନା, ବସ୍ତୁର ସଂରଚନାକୁ ଅନୁସରଣ ତଥା ବସ୍ତୁର ବର୍ଗୀକରଣ ପ୍ରୟୋଗ ଓ ପ୍ରସାଦ ପ୍ରଣାଳୀରେ ବ୍ୟବହାର ମାନସିକ ଦକ୍ଷତା ଓ ଜ୍ଞାନ ଗଣିତ ଶିକ୍ଷା ଦ୍ୱାରା ବିକାଶ ହୋଇଥାଏ । ଗଣିତ ଶାସ୍ତ୍ର ତାର୍କିକ ଯୁକ୍ତିର ଏକ ବିଜ୍ଞାନ । ସଂକ୍ଷିପ୍ତତା ହେଉଛି ଯୁକ୍ତି ଓ ଧୀଶକ୍ତିର ଆତ୍ମା । ଜ୍ଞାନର ଉଚ୍ଚ ସ୍ତରରେ ପହଞ୍ଚିପାରିଥିବା ଗଣିତଜ୍ଞମାନଙ୍କର ଯୋଗ୍ୟ ଉପଲବ୍ଧି ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଓ ତୃଟିହୀନ ଉତ୍ତୁଙ୍ଗରୁ ପ୍ରାପ୍ତ ପ୍ରଜ୍ଞାର ପ୍ରତ୍ୟକ୍ଷ ଅବଦାନ ଗଣିତ । ଗଣିତ ଶାସ୍ତ୍ର ବିଜ୍ଞାନ ସମୂହର ପ୍ରବେଶଦ୍ୱାର ଓ ପ୍ରବେଶଦ୍ୱାର ଖୋଲିବାର ଚାବିକାଠି ସ୍ୱରୂପ ।

ଭାରତୀୟ ଗଣିତଜ୍ଞଙ୍କ ଯୋଗଦାନ

ଯାହା ନାହିଁ ଭାରତ, ତାହା ନାହିଁ ଜଗତେ ।

ତ୍ୟାଗ ଭୂମି ଭାରତବର୍ଷ ସର୍ବଶ୍ରେଷ୍ଠ ଦେଶ ରୂପେ ପରିଚିତ । ଏଠାରେ ଯେଉଁ ମହାନ, ମହିୟସୀ ମାନେ ଜନ୍ମ ଗ୍ରହଣ କରିଛନ୍ତି, ସେମାନଙ୍କର ଅବଦାନ ଅତୁଳନୀୟ । ସେହି ତ୍ୟାଗୀ ମାନଙ୍କ ମଧ୍ୟରୁ କେତେକ ଭାରତୀୟ ଗଣିତଜ୍ଞଙ୍କ ଭାରତରେ ଯୋଗଦାନକୁ ଆମେ ଜାଣିବା ।

  • ଆର୍ଯ୍ୟଭଟ୍ଟ (୪୭୬-୫୫୦):
    • ‘ଆର୍ଯ୍ୟଭଟ୍ଟୀୟ’ ନାମକ ଗ୍ରନ୍ଥରେ ଶୂନ୍ୟ (୦)ର ମୂଲ୍ୟ ଓ ତ୍ରିକୋଣମିତି ବିଷୟରେ ବ୍ୟାଖ୍ୟା କରିଥିଲେ ।
    • ଦଶମିକ ସଂଖ୍ୟା ପ୍ରଣାଳୀର ପ୍ରାଚୀନ ବ୍ୟାଖ୍ୟାକାର ଥିଲେ ।
    • ସେ ପୃଥିବୀର ଘୂର୍ଣ୍ଣନ ବୋଲି ପ୍ରଥମେ କହିଥିଲେ ।
  • ବ୍ରହ୍ମଗୁପ୍ତ (୫୯୮-୬୬୮):
    • ‘ବ୍ରହ୍ମସ୍ପୁଟ ସିଦ୍ଧାନ୍ତ’ ଗ୍ରନ୍ଥରେ ଶୂନ୍ୟ ସହିତ ଗଣିତ କରିବାର ନିୟମ ପ୍ରଥମେ ଦେଇଥିଲେ ।
    • ଋଣାତ୍ମକ ସଂଖ୍ୟା ଓ ଧନାତ୍ମକ ସଂଖ୍ୟା ବିଷୟରେ ସ୍ପଷ୍ଟ କରିଥିଲେ ।
    • ସେ ଚତୁର୍ଭୁଜର କ୍ଷେତ୍ରଫଳ ସୂତ୍ର ଦେଇଥିଲେ ।
  • ଭାସ୍କରାଚାର୍ଯ୍ୟ (୧୧୧୪ – ୧୧୮୫):
    • ‘ଲୀଳାବତୀ’ ଓ ‘ବୀଜଗଣିତ’ ଗ୍ରନ୍ଥ ଲେଖିଥିଲେ ।
    • ବୀଜଗଣିତ, କଲ୍କୁଲସ, ତ୍ରିକୋଣମିତିରେ ତାଙ୍କର ଅବଦାନ ଅସାଧାରଣ ।
    • ସେ କଲ୍କୁଲସର ଆଧାରଭୂତ ଧାରଣା ୧୨ଶ ଶତାଦ୍ଦୀରେ ଦେଇଥିଲେ ।
  • ଶ୍ରୀନିବାସ ରାମାନୁଜନ (୧୮୮୭ – ୧୯୨୦):
    • ସ୍ୱୟଂଶିକ୍ଷିତ ଗଣିତଜ୍ଞ, ଯିଏ ସଂଖ୍ୟା ତତ୍ତ୍ୱ, ଅସୀମ ଶ୍ରେଣୀ, ଗାଣିତିକ ଶ୍ରେଣୀ ଉପରେ ଅଭୂତପୂର୍ବ କାର୍ଯ୍ୟ କରିଥିଲେ ।
    • ସେ ‘ଗଣିତର ଦିବ୍ୟ ପ୍ରତିଭା’ ବୋଲି ପରିଚିତ ।
  • ମାଧବ (୧୪ଶ -୧୫ଶ ଶତାଦ୍ଦୀ):
    • କେରଳ ସ୍କୁଲ ଅଫ୍ ମାଥେମେଟିକ୍ସର ପ୍ରମୁଖ ଗଣିତଜ୍ଞ ।
    • କ୍ୟାଲକୁଲସର ଭିତ୍ତିଭୂମି ରଚନା କରିଥିଲେ ।
    • ସେ ସାଇନ୍, କୋସାଇନ୍ ଓ ଆର୍କଟ୍ୟାନ୍ ପାଇଁ ଅସୀମ ଶ୍ରେଣୀ ଦେଇଥିଲେ ।
  • ଶକୁନ୍ତଲା ଦେବୀ (୧୯୨୯ – ୨୦୧୩):
    • “ମାନବ କମ୍ପ୍ୟୁଟର” ବୋଲି ପରିଚିତ, ମାନସିକ ଗଣନାରେ ଅଦ୍ଭୁତ ଦକ୍ଷତା ଥିଲା ।

ଜ୍ୟାମିତିରେ ଭାରତର ଯୋଗଦାନ

ଗଣିତଜ୍ଞମାନଙ୍କ ପରି ଜ୍ୟାମିତିଜ୍ଞଙ୍କ ଅବଦାନ ଭାରତ ପାଇଁ ଅତୁଳନୀୟ । ଏହା ମଧ୍ୟ ବୈଦିକ ଯୁଗରୁ ଆରମ୍ଭ ହୋଇ ଆସୁଅଛି ।

  • ବୌଦ୍ଧାୟନ (ଖ୍ରୀ.ପୂ. ୮୦୦): ଶୁଳବ ସୂତ୍ର ରଚନା କରିଥିଲେ ଏବଂ ପ୍ରଥମେ ପାଇଥାଗୋରାସ୍ ସିଦ୍ଧାନ୍ତର ସ୍ପଷ୍ଟ ବ୍ୟାଖ୍ୟା ଦେଇଥିଲେ ।
  • ଆପସ୍ତମ୍ଭ (ଖ୍ରୀ.ପୂ. ୬୦୦): ‘ଶୁଳବ ସୂତ୍ର’ରେ ବର୍ଗମୂଳ ଗଣନା ପାଇଁ ପଦ୍ଧତି ଦେଇଥିଲେ ଏବଂ ଜ୍ୟାମିତି ଦ୍ୱାରା ଆୟତନ, ବର୍ଗ, ବୃତ୍ତର ମାପ ଜାଣିବା ପ୍ରଣାଳୀ ବ୍ୟାଖ୍ୟା କରିଥିଲେ ।
  • ଆର୍ଯ୍ୟଭଟ୍ଟ: ଜ୍ୟାମିତିରେ ବୃତ୍ତର ପରିଧି = 2πr ବ୍ୟାଖ୍ୟା କରିଥିଲେ ଏବଂ π (ପାଇ)ର ପ୍ରାୟ ୩.୧୪୧୬ ମୂଲ୍ୟ ଦେଇଥିଲେ ।
  • ବ୍ରହ୍ମଗୁପ୍ତ: ଚତୁର୍ଭୁଜର କ୍ଷେତ୍ରଫଳ ସୂତ୍ର ପ୍ରଦାନ କରିଥିଲେ ।
  • ଭାସ୍କରାଚାର୍ଯ୍ୟ: ‘ଲୀଳାବତୀ’ ଗ୍ରନ୍ଥରେ ଜ୍ୟାମିତିକ ସମସ୍ୟାଗୁଡ଼ିକର ସମାଧାନ ସୂତ୍ର ଦେଇଥିଲେ ଏବଂ ବୃତ୍ତ, ତ୍ରିଭୁଜ, ଚତୁର୍ଭୁଜ ସମ୍ବନ୍ଧୀୟ ସୂତ୍ର ବ୍ୟାଖ୍ୟା କରିଥିଲେ ।

ଦୈନନ୍ଦିନ କାର୍ଯ୍ୟ ଓ ବ୍ୟବହାରରେ ଅଙ୍କ ଗଣିତର ଉପଯୋଗ

ଦୈନନ୍ଦିନ କାର୍ଯ୍ୟରେ ଗଣିତର ଉପଯୋଗ ନିତାନ୍ତ ଅପରିହାର୍ଯ୍ୟ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସବୁ ସମୟରେ ଗଣିତର ପ୍ରୟୋଗ କରନ୍ତି । ଜ୍ୟାମିତିକ ମାପ ଦ୍ୱାରା ଗୃହନିର୍ମାଣର ମୂଳଭିତ୍ତି ରଖାଯାଏ । ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ କ୍ଷେତ୍ରରେ ଗଣିତର ପ୍ରୟୋଗ କରି କାର୍ଯ୍ୟ ସଂପାଦନ କରନ୍ତି । ରସାୟନ ବିଜ୍ଞାନରେ ଔଷଧ ତିଆରିରେ ଭାଗ ମାପ ସଠିକ୍ ପରିମାଣରେ ନ ହେଲେ ସୁସ୍ଥ ବଦଳରେ ଅସୁସ୍ଥ ହୋଇପଡେ ।

ଆଜି ବିଜ୍ଞାନର ଅଗ୍ରଗତି ଦ୍ୱାରା ଚନ୍ଦ୍ରଯାନରେ ପଦାର୍ପଣ ହେଉ କିମ୍ବା ପରମାଣୁ ବୋମାର କୌଶଳତା ହେଉ, ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ହେଉ, ଖାଦ୍ୟ, ବସ୍ତ୍ର, ବାସଗୃହର ନିର୍ମାଣ ହେଉ, ସବୁଥିରେ ଗଣିତର ସୁନ୍ଦର କାରୁକାର୍ଯ୍ୟ ରହିଛି । ବର୍ତ୍ତମାନ କମ୍ପ୍ୟୁଟର ଓ ମୋବାଇଲର ବ୍ୟବହାରର ପଛକୁ ଚାହିଁଲେ, ଆମେ ଗଣିତକୁ ଅନୁଭବ କରିଥାଉ ।

ଦୈନନ୍ଦିନ ଜୀବନରେ ଗଣିତର ମୂଲ୍ୟବୋଧକୁ ଉପଲବ୍ଧ କରିବା:

  • ବ୍ୟବହାରିକ ମୂଲ୍ୟବୋଧ: ରାଜମିସ୍ତ୍ରୀ, ଦରଜି, କୁଲି, ଇଞ୍ଜିନିୟର ଆଦିର କାର୍ଯ୍ୟରେ ।
  • ଶୃଙ୍ଖଳାଗତ ମୂଲ୍ୟବୋଧ: ମାନସିକ ଶୃଙ୍ଖଳା, ଯୁକ୍ତିଶକ୍ତି ବଢିବା ଆଦି ।
  • ଜ୍ଞାନଗତ ମୂଲ୍ୟବୋଧ: ନିୟମ, ସୂତ୍ର, ଧାରା ବୃଦ୍ଧି ଇତ୍ୟାଦି ।
  • ସାଂସ୍କୃତିକ ମୂଲ୍ୟବୋଧ: ମାର୍ଜିତ ଓ ଶୁଦ୍ଧରୁଚି, ସତ୍ୟାନୁରାଗୀ, ଅଧ୍ୟବସାୟ, କଷ୍ଟସହିଷ୍ଣୁତା, ଧୈର୍ଯ୍ୟଶୀଳତା ଇତ୍ୟାଦିର ବିକାଶ ।

ସିଦ୍ଧାନ୍ତ

ଦୈନନ୍ଦିନ କାର୍ଯ୍ୟ ଓ ବ୍ୟବହାରରେ ଗଣିତର ପ୍ରୟୋଗ ଏକ ଯୁଗାନ୍ତକାରୀ ବିପ୍ଳବ, ଯାହା ଅଣୁରୁ ପରମାଣୁ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଗଣିତ ନ ଥିଲେ ସବୁ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ନ୍ତା । ବାସ୍ତବିକତାରେ, ଗଣିତ ମାନବ ସମାଜ ପାଇଁ ଏକ ଅନବଦ୍ୟ ଅବଦାନ, ଯାହା ଦ୍ୱାରା ଆମେ ସମାଜରେ ସହଜ, ସରଳ, ନିରାଡମ୍ବର ଜୀବନଯାପନ କରିପାରୁଛୁ । ତେଣୁ ଗଣିତ ମାନବ ସମାଜର ଟିକିରହିବାର ଅମୋଘ ଅସ୍ତ୍ର ।


ଗ୍ଲୋବାଲ ସାଇନ୍ସ ଫେୟାର୍ ପାଇଁ ଏହି ପ୍ରୋଜେକ୍ଟଟି ଆପଣଙ୍କୁ ସହାୟକ ହେବ ବୋଲି ଆଶା କରୁଛି । ପୂର୍ଣ୍ଣ ପ୍ରୋଜେକ୍ଟଟି PDF ରୂପରେ ଡାଉନଲୋଡ୍ କରି ଆପଣଙ୍କର ପ୍ରସ୍ତୁତିକୁ ଆହୁରି ମଜଭୁତ କରନ୍ତୁ ।

👉 Download Full Project PDF Here

For Latest Updates, Join Our WhatsApp Group
Also Check Our Telegram Channel
Share with Friends & Family

Leave a Reply

Your email address will not be published. Required fields are marked *