Essay On Janmashtami in Odia | Free PDF

For Latest Updates, Join Our WhatsApp Group
Also Check Our Telegram Channel

Essay On Janmashtami in Odia : The Krishna Janmashtami festival marks the birth of Krishna, one of the most popular deities worshipped by Hindus. He is thought to have been born in 3228 BC. His birthday is celebrated eight days after Raksha Bandhan, a festival celebrating the bond between brothers and sisters.

Essay On Janmashtami in Odia

ଜନ୍ମାଷ୍ଟମୀ –
————-

କର୍ମକ୍ଳାନ୍ତ ଶରୀରର ଲାଘବ ପାଇଁ ମଣିଷ ଅବସର ଲୋଡ଼େ।ଦିନକ ପାଇଁ ହେଉ କିମ୍ବା କିଛି ଦିନ ପାଇଁ ହେଉ ସମସ୍ତ ଜଞ୍ଜାଳକୁ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇ ଜୀବନକୁ ସରସ ସୁନ୍ଦର କରି ଉପଭୋଗ କରିବା ପାଇଁ ଏହି ପର୍ବ ପର୍ବାଣୀର ସୃଷ୍ଟି। ‘ଜନ୍ମାଷ୍ଟମୀ’ ପର୍ବ ତନ୍ମଧ୍ୟରୁ ଏକତମ।’ ଜନ୍ମାଷ୍ଟମୀ ‘ ନାମ କରଣରୁ ଜଣାଯାଏ ଯେ ନିଶ୍ଚୟ କାହାରି ଏକ ଜନ୍ମଦିନ ଏବଂ ନିର୍ଦ୍ଦିଷ୍ଟ ତିଥି ‘ଅଷ୍ଟମୀ ‘ ରେ ପାଳିତ। କିନ୍ତୁ ଜନ୍ମାଷ୍ଟମୀ ଦିନ ଆସିଲେ ସମସ୍ତେ ଚିନ୍ତା କରନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ର ଜନ୍ମତିଥି କଥା। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ପର୍ବ ସର୍ବତ୍ର ପାଳିତ ହେଇଥାଏ।

ପ୍ରବଳ ପ୍ରତାପୀ କଂସର ପ୍ରତାପ ସହ୍ୟକରି ନପାରି ପୃଥିବୀ ବ୍ରହ୍ମାଙ୍କୁ ନିବେଦନ କଲା। ବ୍ରହ୍ମା ସ୍ରଷ୍ଟାଙ୍କର ଦୃଷ୍ଟି ଆକର୍ଷଣ କଲେ। ପୃଥିବୀରୁ ଦୁଷ୍ଟ ନିବାରଣ ନିମିତ୍ତ ଘନ ଅନ୍ଧାରାଚ୍ଛନ୍ନ ରଜନୀର ମଧ୍ୟ ଭାଗରେ କଂସର ବନ୍ଦୀ ଶାଳାରେ ଦେବକୀଙ୍କ ଗର୍ଭରୁ ଜନ୍ମ ନେଲେ ଭଗବାନ ଶ୍ରୀକୃଷ୍ଣ। କଂସ ବନ୍ଦୀ କରି ରଖିଥିଲା ଦେବକୀ ଓ ବସୁଦେବଙ୍କୁ।ଦୈବବାଣୀ ହୋଇଥିଲା ଯେ, ଦେବକୀର ଅଷ୍ଟମ ଗର୍ଭସ୍ଥ ସନ୍ତାନ କଂସର ବଇରି ହେବ। ତେଣୁ ଗୋଟି ଗୋଟି କରି ଦେବକୀ ଗର୍ଭରୁ ଜନ୍ମିଥିବା ସାତଟି ସନ୍ତାନଙ୍କୁ କଂସ ହତ୍ୟା କରିଥିଲା। ଏଥିର କିନ୍ତୁ ସ୍ରଷ୍ଟାଙ୍କର ପାଳି।ଯାହାଙ୍କ ଇଙ୍ଗିତରେ ସମଗ୍ର ଜଗତ ପରିଚାଳିତ ତାଙ୍କୁ କଂସ ବା କ’ଣ କରିବ? ଶ୍ରୀକୃଷ୍ଣଙ୍କ ଜନ୍ମଦିନ ଘଡ ଘଡ଼ି ସହ ମେଘବର୍ଷା ହୁଏ। ଯଦି ଜନ୍ମାଷ୍ଟମୀ ଦିନ ବର୍ଷା ନ ହୁଏ ତାହା ହେଲେ ଭବିଷ୍ୟତ ଅମଙ୍ଗଳକର ଏକ ସୂଚନା ବୋଲି ପ୍ରତ୍ୟେକ ହିନ୍ଦୁ ବିଶ୍ଵାସ କରନ୍ତି।

ଜନ୍ମାଷ୍ଟମୀ ସ୍ନାର୍ତ୍ତ ଓ ବୈଷ୍ଣବ ମତରେ ଦୁଇ ଦିନ ପାଳିତ ହୁଏ। ଗୌଡୀୟ ବୈଷ୍ଣବ ମାନେ ଜନ୍ମାଷ୍ଟମୀ ର ପରଦିନକୁ ” ନନ୍ଦ ଉତ୍ସବ ଦିବସ” ରୂପେ ପାଳନ କରନ୍ତି। ଓଡ଼ିଶାର ପ୍ରାୟ ଘରେ ଘରେ ଏହି ଜନ୍ମାଷ୍ଟମୀ ପର୍ବ ପାଳିତ ହୁଏ ଓ ରାଧାକୃଷ୍ଣ ମନ୍ଦିର ଗୁଡ଼ିକ ଏହିଦିନ ଖୋଳକରତାଳରେ ମୁଖର ହୋଇଉଠେ।ବ୍ରତ ପାଳନ କରିଥିବା ଲୋକେ ମଧ୍ୟ ରାତ୍ରପରେ ବ୍ରାହ୍ମଣଙ୍କୁ ଭୋଜନ ଦେଇ ଫଳ ମୂଳ ଏବଂ ପ୍ରସାଦ ସେବନ କରନ୍ତି।

Download Essay Click Here
Odia MCQ Test Click Here

Essay On Janmashtami in Odia, Essay On Janmashtami in Odia, Essay On Janmashtami in Odia, Essay On Janmashtami in Odia,

For Latest Updates, Join Our WhatsApp Group
Also Check Our Telegram Channel
Share with Friends & Family

Leave a Reply

Your email address will not be published. Required fields are marked *